Download Now Banner

This browser does not support the video element.

ବରଗଡ: ପରୀକ୍ଷା ପରିଚାଳନାରେ ଅନିୟମିତତା ଘଟଣା ଓ ତାର ପଦକ୍ଷେପକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କ କାର୍ଯ୍ୟାଳୟରେ ରଖିଲେ ପ୍ରତିକ୍ରିୟା

Bargarh, Bargarh (Baragarh) | May 30, 2025
CBSE ପରୀକ୍ଷା ପରିଚାଳନାରେ ଅନିୟମିତତା ଘଟଣାରେ ୨ ଜଣ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଓ ୫ ଜଣ ଶିକ୍ଷକ ନିଲମ୍ବିତ ହୋଇଥିବା ବେଳେ ୩୩ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ ହୋଇଥିବା ସୂଚନା ମିଳିଛି । ଏନେଇ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ନିଜ କାର୍ଯ୍ୟାଳୟରେ ଶୁକ୍ରବାର ଦିବା 11 ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି | ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡର ୬ ଟି ବିଦ୍ୟାଳୟର ୧୧୮୫ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିଲା । ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିବା ସହ ଆନ୍ଦୋଳନ ତେଜିଥିଲା ।
Read More News
T & CPrivacy PolicyContact Us