This browser does not support the video element.
ପାଲଲହଡା: ଶରତ ଚନ୍ଦ୍ର କ୍ଲବ ଠାରେ ଜାତୀୟ ପ୍ରେସ ଦିବସ ପାଳିତ; ଯୋଗଦେଲେ ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀ
Palalahada, Angul | Nov 16, 2024
ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ସ୍ଥିତ ଶରତଚନ୍ଦ୍ରକ୍ଲବ ଠାରେ ଶନିବାର ସନ୍ଧ୍ୟା ୭ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ ପ୍ରେସ ଦିବସରେ ସ୍ଥାନୀୟ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ଵୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ବିଧାୟକଙ୍କ ସମେତ ପାଲଲହଡ଼ା ବିଡିଓ ଦିଲୀପ କୁମାର ବାଡା ଏବଂ ପାଲଲହଡାର ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ। ବିଧାୟକ ସାମ୍ବାଦିକଙ୍କୁ ଚତୁର୍ଥ ସ୍ତମ୍ଭ ଭାବେ ମାନ୍ୟତା ଦେବା ଓ ସତ୍ୟ ଖବରକୁ ସମସ୍ତ ସାମ୍ବାଦିକ ଗୁରୁତ୍ୱ ଦେବା ସମ୍ପର୍କରେ ଅଭିଭାଷଣ ଦେଇଥିଲେ।