This browser does not support the video element.
ଲଇକେରା: ଆଗାମୀ ସାଧାରଣ ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବା ନେଇ ଲଇକେରା ଥାନାର ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କଡ଼ାକଡ଼ି
Laikera, Jharsuguda | May 14, 2024
ଆଗାମୀ ନିର୍ବାଚନ କୁ ଦୃଷ୍ଟିରେ ରଖି ଲଇକେରା ଥାନାର ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ମଙ୍ଗଳବାର ରାତ୍ରି ଆଠଟା ସମୟରେ ଯାନବାହନ ଯାଞ୍ଚ କରାଯାଇଛି। ଝାରସୁଗୁଡା ଜିଲ୍ଲାରେ ଆସନ୍ତା କୋଡିଏ ତାରିଖରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଏବଂ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଲଇକେରା ଥାନା ପୋଲିସ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଏହାକୁ ନେଇ ଆଜି ମଙ୍ଗଳବାର ଲଇକେରା ଥାନା ଅଞ୍ଚଳର ବିଭିନ୍ନ ଛକରେ ରାତ୍ରି ଆଠଟା ସମୟରେ ଗାଡିକୁଡିକୁ ଯାଞ୍ଚ କରାଯିବା ସହିତ ମଦ୍ୟପାନ କରି ଗାଡିଚଳାଉଥିବା ଡ୍ରାଇଭର ମାନଙ୍କୁ ମଧ୍ୟ ସାବାଡ଼ କରାଯାଇଥିଲା।