This browser does not support the video element.
ଜୁଜୁମୁରା: ସାହାଜ ବାହାଲ ଗ୍ରାମର ଜଣେ ଯୁବକ ନିଖୋଜ , ଥାନାରେ ଅଭିଯୋଗ
Jujomura, Sambalpur | Sep 12, 2025
ସାହାଜ ବାହାଲ ଗ୍ରାମର ଜଣେ ଯୁବକ ନିଖୋଜ , ଥାନାରେ ଅଭିଯୋଗ ଯୁଯୋମୁରା ଥାନା ଛାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାହାଜବାହାଲ ଗାଁ ର ଶ୍ୟାମ ସୁନ୍ଦର ପଟ୍ଟା ଘରୁ ଗତ 30 ତାରିଖରୁ ନିଖୋଜ ଥିବାନେଇ ଶୁକ୍ରବାର ସକାଳେ ଥାନାରେ ଅଭିଯୋଗ ହୋଇଛି I ଜେସିବି ମେସିନ ଚଳେଇ ଯାଉଛି କହି ଘରୁ ବାହାରି ଶ୍ୟାମ ସୁନ୍ଦର ଆଉ ଘରକୁ ଫେରିନାହାନ୍ତି । ପରିବାର ବର୍ଗ ତାଙ୍କୁ ବହୁ ଖୋଜାଖୋଜି ପରେ କୌଣସି ସୂଚନା ପାଇନପାରି ତାଙ୍କ ବାପା ଦୟାସାଗର ଆଜି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁକରି ଘଟଣା ତଦନ୍ତ ଜାରି ରଖିଛି।