This browser does not support the video element.
ଡାବୁଗାଁ: ସିଙ୍ଗାରି ନଦୀରୁ ଵୃଦ୍ଧାଙ୍କ ମୃତ ଦେହ ଉଦ୍ଧାର
Dabugan, Nabarangpur | Sep 26, 2025
ଡାବୁଗାଁ ବ୍ଲକ ଅଧୀନ ନନ୍ଦପୁରା ଗ୍ରାମ ନିକଟ ସିଙ୍ଗାରୀ ନଦୀରୁ ରୁକୁଣା ଭତରାଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି l ଗତ ୨୪ ତାରିଖ ଦିନ ମଧ୍ୟାନ୍ନରେ ଗ୍ରାମ ପାଖ ସିଙ୍ଗାରୀ ନଦୀକୁ ଗାଧୋଇବା ପାଇଁ ଯାଇ ଫେରି ନଥିଲେ l ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ |ସକାଳେ ରୁକୁଣାଙ୍କ ପୁଅ ବୁଦୁ ଭତ୍ରା ନଦୀକୁ ଗାଧୋଇବାକୁ ଯାଇଥିଲେ | ସେହି ସମୟରେ ନଦୀ କୂଳରେ ବୃଦ୍ଧାଙ୍କ ଶବ ଭାସୁଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ | ପରେ ଫାଣ୍ଡିରେ ଏତଲା ଦେଇଥିଲେ | ପୋଲିସ କେସ ନମ୍ବର 32/25ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି |