This browser does not support the video element.
ଢେଙ୍କାନାଳ ସଦର: ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ଜିଲ୍ଲା ଠିକାଦାର ସଂଘର ସାଧାରଣ ବୈଠକ ଅନୁଷ୍ଠିତ
Dhenkanal Sadar, Dhenkanal | Aug 26, 2025
ଢ଼େଙ୍କାନାଳ ସହରସ୍ଥ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲଠାରେ ମଙ୍ଗଳବାର ଦିନ ମଧ୍ୟାହ୍ନ ୧୨ଟା ଠାରୁ ଜିଲ୍ଲା ଠିକାଦାର ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଠିକାଦାରମାନେ ଯୋଗଦେଇଥିଲେ । ସେମାନେ କାମ କରୁଥିବା ବେଳେ କିଭଳି ଭାବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ସେ ବିଷୟରେ ବିଶେଷଭାବେ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ଯକ୍ରମରେ ନିଖିଳ ଓଡ଼ିଶା ଠିକାଦାର ମହାସଂଘ ସଭାପତି ପ୍ରଭାତ କୁମାର ଦାସ ଓ ସଂପାଦକ ଭାଗ୍ୟଧର ଦାସଙ୍କ ତତ୍ବାବଧାନରେ ସାଧାରଣ ବୈଠକରେ ଜିଲ୍ଲା ସ୍ତରୀୟ ବରିଷ୍ଠ ଠିକାଦାରମାନେ ଯୋଗ ଦେଇଥିଲେ।