This browser does not support the video element.
ଗୋବିନ୍ଦପୁର: ବାମରା ତହସିଲ ଅଫିସ ରେ ଭିଜିଲାନ୍ସ ଚଢ଼ାଉ, ଭିଜିଲାନ୍ସ ପଞ୍ଜା ରେ ତହସିଲଦାର ଓ ଡ୍ରାଇଭର
Govindpur, Sambalpur | Sep 12, 2025
ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁର ର ଭିକି ନାଏକ ଏକ ଜମି ମ୍ୟୁଟେସନ ଓ କିସମ ପରିବର୍ତ୍ତନ ପାଇଁ ବାମରା ତହସିଲ ଅଫିସ ରେ ଆବେଦନ କରିଥିଲେ। ମାତ୍ର ଉକ୍ତ କାର୍ଯ୍ୟ ପାଇଁ ତହସିଲଦାର ଅଶ୍ୱିନୀ ପଣ୍ଡା ଲାଞ୍ଚ ମାଗି ଆସୁଥିବା ଭିକି ସମ୍ବଲପୁର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଶୁକ୍ରବାର ଦିନ ପ୍ରାୟ ୧୧ ଟା ସମୟରେ ତହସିଲଦାର ଙ୍କ ଡ୍ରାଇଭର ଥିବା ପ୍ରବିନ କୁମାର ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଚ ପାଇଁ ୧୫ ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ। ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଥିବା ପ୍ରବିନ କୁମାର କୁ ଅଟକ ରଖିଛନ୍ତି।