This browser does not support the video element.
ଫୁଲବାଣୀ ସହର: ଫୁଲବାଣୀ ଠାରେ ସମସ୍ତ ପ୍ରଗତିଶୀଳ କାର୍ଯ୍ୟ ଏବଂ କାର୍ଯ୍ୟକାରୀ ହେବାକୁ ଥିବା ଆଗାମୀ ଯୋଜନା ବିଷୟରେ ଆଲୋଚନା କଲେ ବିଧାୟକ
Phulabani Town, Kandhamal | Sep 11, 2025
ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀରେ ସମସ୍ତ ପ୍ରଗତିଶୀଳ କାର୍ଯ୍ୟ ଏବଂ କାର୍ଯ୍ୟକାରୀ ହେବାକୁ ଥିବା ଆଗାମୀ ଯୋଜନା ବିଷୟରେ ଆଲୋଚନା ପାଇଁ ଫୁଲବାଣୀ ବନ ବିଭାଗ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ବନ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରମୁଖ ବିଭାଗଗୁଡ଼ିକ ସହିତ ମିଳିତ ସମୀକ୍ଷା ବୈଠକ ରେ ଯୋଗ ଦେବାର ଅବସର ପ୍ରାପ୍ତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଜାତୀୟ ବନ କର୍ମଚାରୀ ସହିଦ୍ ଦିବସ ପାଳନ ଉଦ୍ଦେଶ୍ୟରେ ପୁଣ୍ୟାତ୍ମା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ