This browser does not support the video element.
ତାଳଚେର ସଦର: ଛାଞ୍ଚୁଣିଆଁ ଗ୍ରାମରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଯୋଗଦେଲେ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ
Talcher Sadar, Angul | Sep 22, 2025
ଛାଞ୍ଚୁଣିଆ ଗ୍ରାମରେ ଜୟ ମହାବୀର ଫୁଟବଲ୍ କ୍ଲବ୍ ଆନୁକୂଲ୍ୟରେ ସୋମବାର ଅପରାହ୍ନ ୩ ଘଟିକା ସମୟରେ ଆୟୋଜିତ ହୋଇଥିବା ଫୁଟବଲ୍ ଟୁର୍ଣ୍ଣlମେଣ୍ଟର ଉଦଯାପନୀ ଉତ୍ସବରେ ଆଲୋରୀ ପଞ୍ଚାୟତର ବିଜାଭୋଇ ଫୁଟବଲ୍ କ୍ଲବ୍ ବିଜେତା ଓ ପାଳଲହଡା ଫୁଟବଲ୍ କ୍ଲବ୍ ଉପବିଜେତା ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଇଂ ଅବନୀକାନ୍ତ ସାହୁ ଯୋଗଦେଇ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ବିତରଣ କରିବା ସହିତ ଉଭୟ ଦଳର ଖେଳାଳୀ ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ