Download Now Banner

This browser does not support the video element.

ଗୋପାଳପୁର: ଗଣେଷ ପୂଜା ପାଇଁ ପଞ୍ଚମା ସ୍ଥିତ ସିଦ୍ଧି ବିନାୟକ ପୀଠରେ ଭିଡ

Gopalpur, Ganjam | Aug 27, 2025
ଗଞ୍ଜାମ ଜ଼ିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଈଲୁଣ୍ଡା ବ୍ଲକ। ଏହି ବ୍ଲକର ରଣ୍ଢା ପଂଚାୟତର ପଞ୍ଚମା ଗାଁ ନିକଟରେ ରହିଛି ସିଦ୍ଧି ବିନାୟକ ପୀଠ। ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ପୀଠ ଇତିହାସ ସହିତ ଯୋଡି ହୋଇରହିଛି। ଅଗ୍ରପୂଜ୍ୟ ଗଜାନନଙ୍କ ଶାଳଗ୍ରାମ ଅଶ୍ୱତଥ ବୃକ୍ଷ ମୂଳରେ ରହିଥିବା ବେଳେ କେବଳ ଗଞ୍ଜାମ ନୁହେଁ ଦକ୍ଷିଣ ଓଡିଶା ଓ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଭକ୍ତ ଆସି ମଧ୍ୟ ଗଜାନନଙ୍କ ଦର୍ଶନ କରିଥାନ୍ତି। ଆଜି ଅଗ୍ରପୂଜ୍ୟ ଗଜାନନକଂ ପୂଜା ଅବସରରେ ବୁଧବାର ପୂର୍ବାହ୍ନରୁ ଭକ୍ତଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us