Download Now Banner

This browser does not support the video element.

ମାଲକାନଗିରି: ପାଙ୍ଗାମ ହାତୀରାମ ଗୁରୁ ବିଦ୍ୟାମନ୍ଦିର ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶ୍ରୀ ବିଜୟା ଦଶମୀ ଉତ୍ସବ ପାଳିତ

Malkangiri, Malkangiri | Sep 29, 2025
ଆଜି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ପାଙ୍ଗାମ ହାତୀରାମ ଗୁରୁ ବିଦ୍ୟାମନ୍ଦିର ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶ୍ରୀ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି। ପ୍ରଥମେ ପାଙ୍ଗାମ ଗ୍ରାମର ମାର୍କେଟ ଓ ସମସ୍ତ ସାହିରେ ସ୍ଵୟଂସେବକ ମାନଙ୍କ ଦ୍ଵାରା ପଥ ସଞ୍ଚଳନ କାର୍ଯକ୍ରମ କରାଯାଇଥିଲା। ଏହି ଉତ୍ସବରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପ୍ରାନ୍ତ ସେବା ପ୍ରମୁଖ ଦୀପକ ଜେନା ମୁଖ୍ୟ ଭାବେ ଯୋଗଦେଇ ପ୍ରତିଷ୍ଠା ଏବଂ ସଂଘ ଗଠନର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଏଥିରେ ୧୦୦ ରୁ ଉର୍ଦ୍ଧ ସ୍ଵୟଂ ସେବକ ଅଂଶଗ୍ରହଣ କରିଥିଲେ।
Read More News
T & CPrivacy PolicyContact Us