This browser does not support the video element.
ଝାରସୁଗୁଡା: ଜିଲ୍ଲା ଅମଲା ସଂଘ ତରଫରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅନୁଷ୍ଠିତ
Jharsuguda, Jharsuguda | Aug 25, 2025
ଝାରସୁଗୁଡା ଜିଲ୍ଲା ଅମଲା ସଙ୍ଘ ତରଫରୁ ବିଭିନ୍ନ ଦାବି ନେଇ ଆଜି ସକାଳ ଏଗାରଟା ସମୟରେ ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଛି। ତେବେ ଅମଲା ସଙ୍ଘ ପକ୍ଷରୁ ଗତ ଏଗାର ତାରିଖରୁ ଆନ୍ଦୋଳନ କରାଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ବେଳେ ଆଜି ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଛି। ଦାବି ଗୁଡିକ ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଅମଲା ସଙ୍ଘ ଝାରସୁଗୁଡା ପକ୍ଷରୁ କୁହାଯାଇଥିବା ବେଳେ ରାଜସ୍ୱ ମନ୍ତ୍ରୀଙ୍କ ଉପରେ ସେମାନଙ୍କ ବିଶ୍ୱାସ