Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭସାଣି ଶୋଭାଯାତ୍ରା ବିଶୃଙ୍ଖଳା ନେଇ ଜିଲ୍ଲାପାଳ ଓ ଏସପି ଙ୍କ ଜରୁରୀ ବୈଠକ

Baleshwar M, Balasore | Aug 30, 2025
ଆଜି ସନ୍ଧ୍ୟା ୬ ଟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭସାଣି ଶୋଭାଯାତ୍ରାରେ ହୋଇଥିବା ବିଶୃଙ୍ଖଳା ପାଇଁ ଏକ ଜରୁରୀ ବୈଠକ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଏସପି ପ୍ରତ୍ୟୁଷ ଦିବାକର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଗତକାଲି ସହରର ଗଣେଶ ମେଢ଼ ଭସାଣି ସମୟରେ ଆଇନ ଉଲଂଘନ କରି ଡିଜେ ବାଯାଇଥିବା ମେଢ଼ କମିଟି ଓ ଡି ଜେ ମାଲିକଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠନ ନେବା ପାଇଁ ନିଷ୍ପତ୍ତି ହୋଇଛି।ଏଥିରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ସୁଧାକର ନାୟକ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ହେମନ୍ତ ସିଂ,ଉପଜିଲ୍ଲାପାଳ ଶିବ ମାଲବ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us