This browser does not support the video element.
କୁଚିଣ୍ଡା: କୁଚିଣ୍ଡା ମୁକୁନ୍ଦି ଷ୍ଟାଡିୟମ୍ ଠାରେ ଚାଲିଥିବା ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଲେ ମନ୍ତ୍ରୀ
Kochinda, Sambalpur | Sep 29, 2025
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ମୁକୁନ୍ଦି ଷ୍ଟାଡିୟମ୍ ଠାରେ ପଞ୍ଚ ଦିବସୀୟ ଦୁର୍ଗା ପୂଜା କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଆସୁଥିବା ବେଳେ ଏହାର ଚତୁର୍ଥ ଦିନ ରେ ମନ୍ତ୍ରୀ ରବି ନାଏକ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ। ସୂଚନା ଅନୁସାରେ ଗତ ଶୁକ୍ରବାର ଦିନ ରୁ କୁଚିଣ୍ଡା ସ୍ଥିତ ମୁକୁନ୍ଦି ଷ୍ଟାଡିୟମ୍ ଠାରେ ପଞ୍ଚ ଦିବସୀୟ ଦୁର୍ଗା ପୂଜା କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଆସୁଛି। ହେଲେ ସୋମବାର ଏହାର ଚତୁର୍ଥ ଦିନ ଥିବା ବେଳେ ସନ୍ଧ୍ୟା ୬ ଟା ସମୟରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇଥିଲେ।