Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ରେମୁଣା ଅଞ୍ଚଳରେ ନାବାଳିକା ଝିଅଙ୍କୁ ଯୌନ ନିର୍ଯାତନା ଦେବା ମାମଲାର ଅଭିଯୁକ୍ତ ବାପାଙ୍କୁ ୭ବର୍ଷ କାରାଦଣ୍ଡ ଶୁଣାଇଲେ ବାଲେଶ୍ଵର ପୋକ୍ସ ଅଦାଲତ

Baleshwar M, Balasore | Aug 23, 2025
ଶନିବାର ଅପରାହ୍ନ ୩ଟାରେ ବାଲେଶ୍ୱର ଜିଲ୍ଲା ପୋକ୍ସୋ ଅଦାଲତ ଜନୈକ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ମାମଲାର ରାୟ ପ୍ରକାଶ କରି ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ବାପାକୁ ୭ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି।ସୂଚନା ଥାଉକି, ବାଲେଶ୍ୱର ରେମୁଣା ଥାନା ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ବାପା ନିଜ ୧୦ ବର୍ଷର ନାବାଳିକା ଝିଅଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲା। ନାବାଳିକା ଜଣକ ବାପାର ବ୍ୟବହାରରେ ଅତିଷ୍ଠ ହୋଇ ଘଟଣା ସଂକ୍ରାନ୍ତରେ ସମ୍ପର୍କୀୟ ମାଉସୀଙ୍କୁ କହିଥିଲେ। ପରେ ମାଉସୀ ଜଣକ ଗତ ଜାନୁୟାରୀ ୨ ତାରିଖରେ ରେମୁଣା ଥାନାରେ ଅଭିଯୋଗ କରିଥିଲେ।
Read More News
T & CPrivacy PolicyContact Us