This browser does not support the video element.
ବଡଚଣା: ବନ ବିଭାଗ ଦ୍ୱାରା ଧାନମଣ୍ଡଳ ନିକଟରୁ ହରିଣର ମୃତଦେହ ଉଦ୍ଧାର
Badachana, Jajpur | Apr 19, 2024
ଡାଳିଯୋଡ଼ା ରେଞ୍ଜର ଚଣ୍ଡିଖୋଲ ସେକ୍ସନ ଅନ୍ତର୍ଗତ ମହାବିନାୟକ ସଂରକ୍ଷିତ ଜଙ୍ଗଲର ଧାନମଣ୍ଡଳ ନିକଟରେ ଥିବା ପୋଖରୀ ଭିତରୁ ବନ ବିଭାଗ ଦ୍ୱାରା ଶୁକ୍ରବାର ଏକ ହରିଣର ମୃତଦେହ ଉଦ୍ଧାର କରାଯାଇଛି । ହରିଣଟିକୁ ଦଳେ କୁକୁର କାମୁଡ଼ି ମାରି ଦେଇଥିବା ବେଳେ ବିକାଶ କୁମାର କୂଅଁର ନାମକ ଜଣେ ଯୁବକ ପ୍ରାତଃ ଭ୍ରମଣ ସମୟରେ ଏହା ଦେଖିବାକୁ ପାଇଥିଲେ । ପରେ ଏନେଇ ଚଣ୍ଡିଖୋଲ ବନ ବିଭାଗକୁ ଖବର ଦିଆଯାଇଥିଲା ।