This browser does not support the video element.
ଢେଙ୍କାନାଳ ସଦର: ଟାଉନ ଥାନାଠାରେ ୩୬ଟି ଚୋରି ମୋବାଇଲ ଲୋକଙ୍କୁ ଦିଆଗଲା, ୨ଗୀରଫ
Dhenkanal Sadar, Dhenkanal | Sep 30, 2025
ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଲୋକମାନଙ୍କର ବିଭିନ୍ନ ସ୍ଥାନରେ ମୋବାଇଲ ଚୋରି ହୋଇଥିବାର ଟାଉନ ଥାନାରେ ଅଭିଯୋଗ ହୋଇଥିଲା l ଟାଉନ ଥାନା ପୋଲିସ ୨ଜଣଙ୍କୁ ଗୀରଫ କରିବା ପରେ ସେମାନଙ୍କଠାରୁ କିଛି ମୋବାଇଲ ଜବତ କରାଯାଇଥିଲା ।ଏହା ସହିତ ହଜିଯାଇଥିବା କିଛି ମୋବାଲକୁ ଉଦ୍ଧାର କରାଯାଇଥିଲା। ଏପରିକି ସମୁଦାୟ ୩୬ଟି ମୋବାଇଲକୁ ୨ମାସ ମଧ୍ୟରେ ପୋଲିସ ଜବତ କରି ଲୋକମାନଙ୍କୁ ଦିଆଯାଇଛି। ମୋବାଇଲ ଚୋରିରେ ବିଶେଷତଃ ୱେଷ୍ଟ ବେଙ୍ଗଲର ଯୁବକମାନେ ସଶ୍ଲଷ୍ଟ ଥାଆନ୍ତି | ୨ଜଣକୁ ଗୀରଫ କରାଯାଇ କୋଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରୀ ପ୍ରଭାତ ସାହୁ ମଙ୍ଗଳବାର ଅପରାହ୍ନ ୩ଟାରେ ସୂଚନା ଦେଇଛନ୍ତି