This browser does not support the video element.
ଖଲ୍ଲିକୋଟ୍: ନବରାତ୍ରୀ ପୂଜାର ଷଷ୍ଠ ଦିନରେ ମା' କାତ୍ୟାୟନୀ ବେଶ ରେ ଦର୍ଶନ ଦେଲେ ମା' ନାରାୟଣୀ, ଶତାଧିକ ଭକ୍ତଙ୍କ ସମାଗମ
Khalikote, Ganjam | Sep 27, 2025
ମା' ନାରାୟଣୀଙ୍କ ମନ୍ଦିର ରେ ଶାରଦୀୟ ଦୁର୍ଗା ପୂଜା ଅବସରରେ ଆରମ୍ଭ ହୋଇଥିବା ନବଦିନାତ୍ମକ ପୂଜା ର ଆଜି ଷଷ୍ଠ ଦିନ ରେ ମା' କାତ୍ୟାୟନୀ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି ମା' ନାରାୟଣୀ। ତେବେ ନବରାତ୍ରୀ ପୂଜା ପାଇଁ ଆଜି ସକାଳୁ ମାଆ ଙ୍କ ଦ୍ୱାର ଫିଟା ନୀତି ପରେ ଅବକାଶ, ଆଳତୀ ହୋଇଥିଲା। ମଧ୍ୟାହ୍ନ ରେ ଷୋଡଶ ଉପଚାର ପୂଜା ପରେ ଚଣ୍ଡୀ ପାଠ ହୋଇଥିଲା । ସେପଟେ ଆଜି ଅପରାହ୍ନ ୪ ଟା ସମୟରେ ମା' ନାରାୟଣୀଙ୍କ ମା' କାତ୍ୟାୟନୀ ବେଶ ଦର୍ଶନ ପାଇଁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।