Download Now Banner

This browser does not support the video element.

ଜୟପୁର: ୟୋଲ ବ୍ରିଜ ନିକଟରେ ଯୁବକଙ୍କୁ ଛୁରୀରେ ଆକ୍ରମଣ ଜୟପୁର ସଦର ଥାନାରେ ଅଭିଯୋଗ, ମାମଲା ରୁଜୁ ତଦନ୍ତ ଆରମ୍ଭ

Jeypore, Koraput | Sep 8, 2025
ଯୁବକଙ୍କୁ ଛୁରାମାଡ ହୋଇଥିବା ନେଇ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି l ଅଭିଯୋଗ କୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସଂନ୍ଧ୍ୟା 7ଟାରେ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଛୁରା ମାଡରେ ୫ଜଣ ଅଭିଯୁକ୍ତ ସାମିଲ ଥିବା ନେଇ ଜୟପୁର ସହର ବାପୁଜୀ ନଗରର ମୁକେଶ ଖରା ଲିଖିତ ଅଭିଯୋଗ କରିଛନ୍ତି । ଗତ କାଲି ସଂଧ୍ୟା ୭ଟା ସମୟରେ ଚନ୍ଦ୍ରଶେଖର ଖରା ଏବଂ ତାଙ୍କ ଅନ୍ୟ ୪ଜଣ ସାଙ୍ଗ ୟେଲୋ ଡେମକୁ ବୁଲିବାକୁ ଯାଇଥିଲେ । ସେଠାରେ ରହିଥିବା ୫ଜଣ ଯୁବକ ପୀଡିତ ଯୁବକ ଏବଂ ତାଙ୍କ ସାଙ୍ଗ ସାଥିଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଆକ୍ରମଣ କରିଥିଲେ ।
Read More News
T & CPrivacy PolicyContact Us