This browser does not support the video element.
ଜଳେଶ୍ବର: ରାଜଘାଟ ପୋଲ ନିକଟରେ ଆମ୍ବୁଲାନ୍ସର ପଛକୁ ଧକ୍କା ଦେଲା କାର ଜଣେ ଆହତ
Jaleswar, Balasore | Aug 30, 2025
ବାଲେଶ୍ବର ଜିଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ରାଜଘାଟ ପୋଲ ନିକଟରେ ଆମ୍ବୁଲାନ୍ସ ପଛକୁ ଗୋଟିଏ କାର ଧକ୍କା ଦେବାରୁ ଜଣେ ଆହତ ହୋଇଛନ୍ତି। ସୂଚନା ଅନୁସାରୁ ଆଜି ଅପରାହ୍ଣରେ ଓଡ଼ି ୦୫ ବିଓ୍ବାଇ ୧୪୪୪ ନମ୍ବର ବିଶିଷ୍ଟ ଆମ୍ବୁଲାନ୍ସଟିଏ କଟକରୁ ରୋଗୀ ନେଇ କଲିକତା ଅଭିମୁଖେ ଛାଡ଼ିବାକୁ ଆସୁଥିଲା। ଏହି ସମୟରେ ରାଜଘାଟ ସୁବର୍ଣ୍ଣରେଖା ପୋଲ ନିକଟରେ ଓଡ଼ି ୧୧ ଏକ୍ସ ୨୫୬୧ ନମ୍ବର ବିଶିଷ୍ଟ ଏକ କ୍ରେଟା କାର ଉକ୍ତ ଆମ୍ବୁଲାନ୍ସର ପଛକୁ ଧକ୍କା ଦେଇଥିଲା। ଫଳରେ ପଛରେ ଥିବା ରୋଗୀଙ୍କର ଜଣେ ସମ୍ପର୍କୀୟ ଆହତ ହୋଇଥିଲେ।