This browser does not support the video element.
ଛତ୍ରପୁର: ଜରଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଚୋରା ମଦ ନଷ୍ଟ କଲା ଅବକାରୀ ବିଭାଗ
Chhatrapur, Ganjam | Sep 13, 2025
ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଜରଡା ଥାନା ଅନ୍ତର୍ଗତ ଜାମ ସାହି, ଯୁବା ସାହି, ବେଙ୍ଗେଇ, ସିନ୍ଦୂରପୁର, ଗୁଜୁଲିଂ ଆଦି ଅଞ୍ଚଳର ପାହାଡିଆ ଜଙ୍ଗଲ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଭାଟି ଗୁଡିକୁ ନଷ୍ଟ କରିବା ସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ୨୫୬୦୦ ଲିଟର ଗୁଡ଼ ପିଡ଼ିଆ ପୋଚ ଓ ୮୪୦ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ ନଷ୍ଟ କରାଯାଇଛି। ଶନିବାର ଅପରାହ୍ନରେ ଏନେଇ ବ୍ରହ୍ମପୁର ଏସପି ଡଃ ଶ୍ରବଣା ବିବେକ ଏମ୍ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।