This browser does not support the video element.
ଜୁଜୁମୁରା: ଘୁସୁରିଆବହାଲ ଗ୍ରାମରେ ବଡ଼ ଭାଇକୁ ସାନଭାଇର ହତ୍ୟା ଧମକ
Jujomura, Sambalpur | Aug 31, 2025
ଯୁଯୁମୁରା ବ୍ଲକ ଅନ୍ତର୍ଗତ ମେଘପାଲ ପଞ୍ଚାୟତ ଘୁସରିଆବାହାଲ ଗ୍ରାମର ନାରାୟଣ ମିର୍ଦ୍ଧାଙ୍କୁ ତାଙ୍କ ସାନ ଭାଇ ବନ୍ଧୁକରେ ଗୁଳିକରି ଜୀବନରୁ ମାରିଦେବା ଧମକ ଦେଇଥିବା ନେଇ ରବିବାର ସଂଧ୍ୟାରେ ଯୁଯୁମୁରା ଥାନାରେ ଅଭିଯୋଗ ହୋଇଛି । ଜମିବାଡ଼ିକୁ ନେଇ ଦୁଇ ଭାଇ ମଧ୍ୟରେ କଳହ ଲାଗି ରହିଛି। ପଣବଡ଼ୁଙ୍କ ନାମରେ ଥିବା ଜମି ବର୍ତ୍ତମାନ ପର୍ଯ୍ୟନ୍ତ ଭାଗ ହୋଇପାରୁନାହିଁ। ଦୀର୍ଘଦିନ ହେବ ଉକ୍ତ ଜମିର ଅଂସି ଦାର ମାନେ କୋର୍ଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ।