This browser does not support the video element.
ସୁକିନ୍ଦା: ସୁକିନ୍ଦା ଅଞ୍ଚଳରେ ଗଜାନନଙ୍କ ପୂଜା ମହା ଆଡ଼ମ୍ବରରେ ପାଳିତ
Sukinda, Jajpur | Aug 27, 2025
ଶ୍ରାବଣ ସରିଛି,ପାର୍ବଣ ଆସିଛି । ଆଜିଠାରୁ ପାର୍ବଣ ରୁତୁର ଆଗମନରେ ଚଳ ଚଞ୍ଚଳ ହୋଇ ଉଠିଛି ଧରାପୃଷ୍ଟ । ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା । ସୁକିନ୍ଦାରେ ପାର୍ବଣ ରୁତୁ ଏକ ପ୍ରକାର ଆରମ୍ଭ ହୋଇଯାଇଛି । ସେଇଥିପାଇଁ ସୁକିନ୍ଦା ଅଞ୍ଚଳ ଚଳଚଞ୍ଚଳ l ଏହି ଅବସରରେ ସୁକିନ୍ଦା ଅଞ୍ଚଳ କୋଣ ଅନୁକୋଣରେ ଗଣେଶ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳିଥିବା ବେଳେ ସୁକିନ୍ଦା ଅଞ୍ଚର ବିଭିନ୍ନ ମନ୍ଦିର,ଯୁବ ଅନୁଷ୍ଠାନ,ସୁକିନ୍ଦା ବନବିଭାଗ କାର୍ଯ୍ୟାଳୟ, ସ୍କୁଲ, କଲେଜ, କ୍ଳବ୍ ମାନଙ୍କରେ ଗଜାନନଙ୍କ ପୂଜା ମହା ଆଡ଼ମ୍ବରରେ ପାଳିତ ହେଉଛି ।