Download Now Banner

This browser does not support the video element.

ସୋର: କଲେଜଛକରେ ଥିବା ବିଭିନ୍ନ ଘରୋଇ ମେସରେ ରହୁଥିବା ୨୦ ରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଅଂଶୁଘାତରେ ଆକ୍ରାନ୍ତ

Soro, Balasore | Sep 10, 2025
ସୋର ପୌର ପାଳିକା ଅନ୍ତର୍ଗତ କଲେଜଚ୍ଛକରେ ଥିବା ବିଭିନ୍ନ ଘରୋଇ ମେସରେ ରହୁଥିବା ୨୦ ରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଅଂଶୁଘାତର ଶିକାର ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଆଜି ଦିନ ତମାମ ସୋରରେ ପ୍ରବଳ ଖରା ସହିତ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଥିଲା। ଫଳରେ ସନ୍ଧ୍ୟାରେ ମେସର ଛାତ୍ରଛାତ୍ରୀ ମାନେ ଅସୁସ୍ଥତା ଅନୁଭବ କରିବାରୁ ମେସ କତୃପକ୍ଷ ସମସ୍ତଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ।ସେଠାରେ ପାଞ୍ଚ ଜଣ ଛାତ୍ର ଛାତ୍ରୀଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ପ୍ରାଥମିକ ଚିକିତ୍ସାପରେ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।
Read More News
T & CPrivacy PolicyContact Us