Download Now Banner

This browser does not support the video element.

ପୋଲସରା: ରାମେଶ୍ୱର ମନ୍ଦିର ଠାରେ ବ୍ଲକ ଚିତ୍ରକର ସଙ୍ଘର ବୈଠକ ଅନୁଷ୍ଠିତ

Polasara, Ganjam | Jul 9, 2024
ରାମେଶ୍ୱର ମନ୍ଦିରରେ ବ୍ଳକ ଚିତ୍ରକର ସଂଘର ବୈଠକ।ପୋଲସରା ବ୍ଳକ ଅନ୍ତର୍ଗତ ରାମେଶ୍ୱର ମନ୍ଦିର ଠାରେ ପୋଲସରା ବ୍ଳକର ଚିତ୍ରକର ସଂଘର ଏକ ବୈଠକ ସଭାପତି ଭଗବାନ ସାହୁଙ୍କ ସଭାପତିତ୍ୱରେ ଆଜି ଅପରାହ୍ନ ୨ଟା ସମୟରେ ଅନୁଷ୍ଠିତ ହୋଇଯାଇଛି।ଆଜିରଏହି ବୈଠକରେ ଚିତ୍ରକର ସଂଘର ବିଭିନ୍ନ ବିଷୟ ବସ୍ତୁକୁ ନେଇ ଆଲୋଚନା କରିବା ସହିତ ଆଗାମୀ ଦିନରେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କୁ ଆମନ୍ତ୍ରିତ କରି ଏକ ବଡ଼ ଧରଣର ସଭାର ଆୟୋଜନ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।କାର୍ଯ୍ୟକାରି ସଭାପତି ରାଜେନ୍ଦ୍ର ମହାରଣା,ଉପସଭାପତି ବସନ୍ତ କୁମାର ସାହୁ ସମେତ ଅନ୍ୟ ମାନେ ଥିଲେ
Read More News
T & CPrivacy PolicyContact Us