This browser does not support the video element.
ବାରିପଦା ମ୍ୟୁନିସିପାଲଟି: ବାରିପଦା ପୌରପାଳିକା ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ୨୦୨୫ ଦିବସ ଉଦଯାପିତ, ମନ୍ତ୍ରୀଙ୍କ ଯୋଗଦାନ
Baripada M, Mayurbhanj | Sep 2, 2025
ଗତ ରବିବାର ରୁ ବାରିପଦା ପୌରପାଳିକା ଠାରେ ଆରମ୍ଭ ହୋଇଥିବା ନିଖିଳ ଭାରତ ସ୍ୱାୟତ୍ତ ଶାସନ ୨୦୨୫ ଦିବସ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଗତ ୩ ଦିନ ଧରି ଚାଲୁ ରହିଥିବା ବେଳେ ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ମାନ ପୌରପାଳିକା ପକ୍ଷରୁ ଅନୁଷ୍ଠିତ ହୋଇଯାଇଥିଲା। ତେବେ ଆଜି ସଂଧ୍ୟା ପ୍ରାୟ ୭ଟା ରୁ ରାତି ୯ ଟା ଯାଏଁ ଉଦଯାପନୀ ସମାରୋହ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ।