This browser does not support the video element.
ସୁକିନ୍ଦା: ରାଙ୍କିଆ ଗ୍ରାମ ପାଖ ଚାଷ ଜମିରେ ବିଷଧର ସାପ ଦଂଶନରେ ମହିଳା ଆହତ
Sukinda, Jajpur | Aug 21, 2025
ସୁକିନ୍ଦା ବନ ବିଭାଗ ରାଙ୍କିଆ ଗ୍ରାମ ପାଖ ଚାଷ ଜମିରେ ବିଷଧର ସାପ ଦଂଶନରେ ଜଣେ ମହିଳା ଆହତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଗୁରୁବାର ଦିନ ରାଙ୍କିଆ ଗ୍ରାମ ପାଖ ଚାଷ ଜମିରେ ସ୍ଥାନୀୟ ମହିଳା ପଦ୍ମିନୀ ମହାକୁଡ ଚାଷ କାର୍ଯ୍ୟ କରୁଥିବା ବେଳେ ତାଙ୍କ ହାତକୁ ଏକ ବିଷଧର ସାପ ଦଂଶନ କରିଥିଲା । ପଦ୍ମିନୀ ମହାକୁଡଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଗୁରୁବାର ରାତି 9 ଘଟିକା ସମୟରେ ଦେଖିବାକୁ ମିଳିଛି ।