Download Now Banner

This browser does not support the video element.

ଦେବଗଡ: ସାନଶିରଡିହ ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଭୁଜାଲି ଆକ୍ରମଣରେ ଜଣେ ଆହତ

Debagarh, Debagarh (Deogarh) | Aug 22, 2025
ଦେବଗଡ ଥାନା ଅନ୍ତର୍ଗତ ସାନଶିରଡିହ ଗ୍ରାମରେ ଆଜି ସନ୍ଧ୍ୟାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଭୁଜାଲି ଆକ୍ରମଣରେ ଜଣେ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ୧୧୨ ଯୋଗେ ଦେବଗଡ ଥାନା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରିବା ସହିତ ଡାକ୍ତରଖାନା ପଠାଇଥିବା ବେଳେ ଉକ୍ତ ଭୁଜାଲି ମଧ୍ୟ ଜବତ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଜମି ବାଡି ସମ୍ବନ୍ଧିତ ପୂର୍ବ ଶତୃତାକୁ କେନ୍ଦ୍ର କରି ପ୍ରମୋଦ ସାହୁ ଆଜି ସନ୍ଧ୍ୟାରେ ମଦ୍ୟପାନ କରି ସେହି ଗ୍ରାମର ଭାସ୍କର ସାହୁଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସହିତ ଏକ ଭୁଜାଲିରେ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା ।
Read More News
T & CPrivacy PolicyContact Us