This browser does not support the video element.
ଅତାବିରା: ବାଂଜିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
Attabira, Bargarh (Baragarh) | Aug 23, 2025
ଅଦ୍ୟ ତା ୨୩-୦୮-୨୦୨୫ ରିଖ ବୁଗବୁଗା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଞ୍ଜିପାଲି ଠାରେ କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସି.ଆର୍.ସି.ସି. ନନ୍ଦିଘୋଷ ଭୁଏଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧୁସୂଦନ ନାଏକ । ଏହି ସଭାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାମଟିକ୍ରା ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଭୁଏଙ୍କୁ ମାନପତ୍ର,ଉପଢୌକନ ପ୍ରଦାନ କରାଯାଇଥିଲା |