Download Now Banner

This browser does not support the video element.

ମାଲକାନଗିରି: ମାଥିଲି ଓଡ଼ିଶା ଡ୍ରାଇଭର ମହାସଂଘ କାର୍ଯ୍ୟାଳୟରେ ଡ୍ରାଇଭର ଦିବସ ପାଳିତ

Malkangiri, Malkangiri | Sep 1, 2025
ଆଜି ମାଲକାନଗିରି ଜିଲ୍ଲା ମାଥିଲି ଓଡ଼ିଶା ଡ୍ରାଇଭର ମହାସଂଘ କାର୍ଯ୍ୟାଳୟରେ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ମାଥିଲି ଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି କେ ଶିବ ପ୍ରସାଦଙ୍କ ନେତୃତ୍ୱରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରେରଣା ଟ୍ରଷ୍ଟର ଆବାହକ ସନ୍ତୋସିନୀ ପାତ୍ର ଯୋଗଦେଇଥିବା ବେଳେ ମାଥିଲି ଓଡ଼ିଶା ଡ୍ରାଇଭର ମହାସଂଘ ଉପ ସଭାପତି ବଗୁଲୁ ମଣ୍ଡଳଙ୍କ ସହିତ ମହାସଂଘର ସମସ୍ତ ଡ୍ରାଇଭର ମାନେ ଉପସ୍ଥିତ ଥିଲେ। ଓଡ଼ିଶା ଡ୍ରାଇଭର ମହାସଂଘର ପତାକା ଉତ୍ତଳନ କରିବା ସହ କେକ୍ କାଟି ଡ୍ରାଇଭର ଦିବସ ପାଳନ କରିଥିଲେ। ତାସହ ମାଥିଲି ବଜାରରେ ଏକ ରାଲି କରାଯାଇଥିଲା।
Read More News
T & CPrivacy PolicyContact Us