This browser does not support the video element.
ଆନନ୍ଦପୁର: ଗାଁରେ ପସିଲା ପାଣି, ଜଳ ନିଷ୍କାସନ ଦାବିରେ ଜଳକଳଙ୍ଗ ଗ୍ରାମବାସୀଙ୍କ ରାସ୍ତାରୋକ
Anandapur, Kendujhar | Sep 2, 2025
ଗାଁରେ ପସିଲା ପାଣି, ଏହା ଦିନେ କି ଦୁଇ ଦିନର ସମସ୍ୟା ନୁହଁ, ବର୍ଷ ବର୍ଷ ଧରି ଏପରି ସମସ୍ୟାରେ ଘାଣ୍ଟି ହେଉଥିବା ଜଳକଳଙ୍ଗ ଗ୍ରାମବାସୀ ମାନେ ଆଜି ହାଟଡ଼ିହି ବ୍ଲକ ଛକ ନିକଟରେ ରାସ୍ତା ରୋକ କରି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି। ଗ୍ରାମକୁ ଯିବାକୁ ଦୁଇଟି ରାସ୍ତା ଥିବାବେଳେ ଦୁଇଟି ଯାକ ରାସ୍ତା ପାଣିରେ ବୁଡ଼ି ରହୁଛି। ଫଳରେ ଗାଁ ଲୋକେ ବାହାରକୁ ବହାରି ପାରୁ ନାହାନ୍ତି। ଛାତ୍ର ଛାତ୍ରୀ ମାନେ ସ୍କୁଲ କଲେଜ ଯାଇ ପାରୁ ନାହାନ୍ତି। ଏହାକୁ ନେଇ ଗ୍ରାମବାସୀ ମାନେ ଅଜି ସକାଳ୧୦ଟା ବେଳେ ଆନନ୍ଦପୁର ଭଦ୍ରକ ରାସ୍ତାକୁ ହାଟଡିହି ଠାରେ ଅବରୋଧ କରି ପ୍ରତିବାଦ କରିଛନ୍ତି।