This browser does not support the video element.
ବଡଚଣା: କଣ୍ଟିଗଡିଆଠାରୁ ବାଇକ ଚୋରକୁ ଗିରଫ କରି ବାଇକ ଉଦ୍ଧାର କଲା ବଡଚଣା ପୋଲିସ
Badachana, Jajpur | Apr 8, 2024
ଗତ ୪ ତାରିଖ ରାତିରେ ସୁଙ୍ଗୁଡା ଗ୍ରାମର ମନୋରଞ୍ଜନ ରାଉତଙ୍କ ଘର ଅଗଣାରୁ ବାଇକ ଚୋରି ହୋଇଥିବା ନେଇ ବଡଚଣା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ବଡଚଣା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିଲା। ରବିବାର ରାତିରେ କଣ୍ଟିଗଡିଆଠାରେ ଜନୈକ ଯୁବକ ସେହି ବାଇକ ନେଇ ଯାଉଥିବା ଖବର ପାଇ ବୈରୀ ଥାନା ଅଧିକାରୀ ଓ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଚୋରକୁ ଗିରଫ କରିବା ସହ ବାଇକ ଜବତ କରିଥିଲେ। ସୋମବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।