This browser does not support the video element.
ଓରିଏଣ୍ଟ: ଅଭିଯୋଗ ପରେ ଏମଆଇ ଡିଭିଜନ ଝାରସୁଗୁଡା ତରଫରୁ ରାଜପୁର ପୁରୁଣା ବସ୍ତି ଛେରାଘାଟର ଅସମ୍ପୂର୍ଣ୍ଣ ଚେକଡ୍ୟାମ କାର୍ଯ୍ୟ ପରିଦର୍ଶନ
Orient, Jharsuguda | Aug 21, 2025
ଝାରସୁଗୁଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମପଞ୍ଚାୟତର ରାଜପୁର ପୁରୁଣା ବସ୍ତି ଛେରାଘାଟ ଠାରେ ନିର୍ମାଣ ଧୀନ ହେଉଥିବା ଚେକଡ୍ୟାମ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ରାଜପୁର ସରପଞ୍ଚ ଦାବି କରିଥିଲେ। ଏନେଇକି ମୁଖ୍ୟମନ୍ତ୍ରୀ ଙ୍କର ଜନ ଶୁଣାଣି ଅଭିଯୋଗ ପ୍ରକୋଷ୍ଠରେ ଚେକ ଡେମ ସମ୍ପୂର୍ଣ୍ଣ କରିବା ପାଇଁ ଅଭିଯୋଗ ହୋଇଥିଲା। ତେବେ ଏହାକୁ ନେଇ ଗତ ୧୪ ତାରିଖ ଦିନ ଏକ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଏହି ଘଟଣାର ତଦନ୍ତ କରି ଶୀଘ୍ର କାମ ସାରିବା ପାଇଁ ଗୋଟେ ରିପୋର୍ଟ ଦେବା ପାଇଁ CMO ତରଫରୁ କୁହାଯାଇଥିଲା।