This browser does not support the video element.
ଦେବଗଡ: ବାରକୋଟ ବନାଂଚଳରେ ମହାବଳ ବାଘ, ଏହା ଏକ ଗୁଜବ ବୋଲି କହିଲେ ଦେବଗଡ ବନଖଣ୍ଡ ଅଧିକାରୀଣି
Debagarh, Debagarh (Deogarh) | Sep 10, 2025
ଦେବଗଡ ଓ ବଣେଇ ବନଖଣ୍ଡ ସୀମାବର୍ତୀ ବାରକୋଟ ବନାଂଚଳରେ ଏକ ମହାବଳ ବାଘ ବୁଲୁଥିବା ଚର୍ଚ୍ଚା ହେଉଛି । ଏପରିକି ଏକ ମହାବଳ ବାଘ ରାତିରେ ଏକ ରାସ୍ତା ଅତିକ୍ରମ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରାଯାଇ ଏହା ବାରକୋଟ ବନାଂଚଳର ବୋଲି ଦାବି କରାଯାଉଛି । ସେହପରି ମହାବଳ ବାଘର ପାଦଚିହ୍ନ ଠାବ ହୋଇଥିବା ବେଳେ ବାରକୋଟ ବନାଂଚଳର କିଛି ଗ୍ରାମରେ ଗୃହପାଳିତ ପଶୁ ଉପରେ ମହାବଳ ବାଘ ଆକ୍ରମଣ କରିଥିବା କୁହାଯାଇଛି । ଯାହାକୁ ନେଇ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି । ମାତ୍ର ଦେବଗଡ ବନଖଣ୍ଡ ଅଧିକାରୀଣି ରଶ୍ମୀ ଜି ଏହାକୁ ଗୁଜବ ବୋଲି କହିଛନ୍ତି ।