This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଶହୀଦ ଵାଘାଯତୀନ ଙ୍କ ୧୧୦ ତମ ସ୍ମୃତି ଦିବସ ରେ ଯୋଗ ଦେଲେ ବିଧାୟକ
Baleshwar M, Balasore | Sep 10, 2025
ବାଲେଶ୍ଵର ଵାଘାଯତୀନ ଉନ୍ନୟନ କମିଟି ପକ୍ଷରୁ ଆଜି ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ସ୍ଥାନୀୟ ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଶହୀଦ ଵାଘାଯତୀନ ଙ୍କ ୧୧୦ ତମ ସ୍ମୃତି ଦିବସ ପାଳନ।ଏହି କାର୍ଯ୍ୟକ୍ରମରେ ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସଭାରେ ଵାଘାଯତୀନ ଙ୍କ ସ୍ମୃତି ଚାରଣ କରିଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାଏକ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।କମିଟି ର କାର୍ଯ୍ୟକାରୀ ସଭାପତି ସୁଜିତ ଦେବ ସଭାରେ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ହରେନ୍ ରଣା ସଂପାଦକୀୟ ବିବରଣୀ ପାଠ କରିଥିଲେ।