This browser does not support the video element.
ବରଗଡ: ବରଗଡ଼ ବିଧାୟକ ୱାର୍ଡ ନ 8 ଖଜୁରଟିକ୍ରାରେ ନବ ନିର୍ମିତ ଗୋଷ୍ଠୀ କେନ୍ଦ୍ରର କଲେ ଉଦଘାଟନ
Bargarh, Bargarh (Baragarh) | Aug 25, 2025
ବରଗଡ଼ ସହରର ୱାର୍ଡ଼ ନଂ ୮ ଖଜୁରଟିକ୍ରାରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ କଲେ ବିଧାୟକ | ସୋମବାର ସନ୍ଧ୍ୟା 7 ଘଣ୍ଟା ସମୟରେ ବରଗଡ଼ ବିଧାୟକଙ୍କ କରକମଳରେ ଖଜୁରଟିକ୍ରାରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ ଏବଂ ମାଁ ଖଜୁରକଟିଏନ ମନ୍ଦିର ପାଇଁ ଭୋଗମଣ୍ଡପ ନିର୍ମାଣର ଭୂମିପୂଜନ ହୋଇଯାଇଛି । ଏହି ଅବସରରେ ୱାର୍ଡ କାଉନସିଲର ଓ ପୂର୍ବତନ ନଗରପାଳଙ୍କ ସହ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ | ଅଞ୍ଚଳରେ ଥିବା ସମସ୍ୟାକୁ ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାର ସମାଧାନ କରାଯିବ ବୋଲି ବିଧାୟକ ଜଣାଇଥିଲେ ।