This browser does not support the video element.
ଓରିଏଣ୍ଟ: କୁସୁମମୁଣ୍ଡା ଗ୍ରାମରେ ନୂଆଁଖାଇ ଅବସରରେ କୁସୁମମୁଣ୍ଡା ଗଣେଷ ପୂଜା କମିଟି ପକ୍ଷରୁ ଏକ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ
Orient, Jharsuguda | Aug 28, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଥିବା କୁସୁମମୁଣ୍ଡା ଗ୍ରାମରେ ଆଜି ନୂଆଁଖାଇ ଅବସରରେ ଆଜି ଅପରାହ୍ନ ଚାରିଟା ସମୟରେ କୁସୁମମୁଣ୍ଡା ଗଣେଷ ପୂଜା କମିଟି ପକ୍ଷରୁ ଏକ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୁସୁମମୁଣ୍ଡାର ଅନେକ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ ଏବଂ ସୁନ୍ଦର ସୁନ୍ଦର ରଙ୍ଗୋଲି ଚିତ୍ରଣ କରିଥିଲେ। ତେବେ ଆସନ୍ତାକାଲି ଏହି ରଙ୍ଗୋଲି ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗିଙ୍କୁ ସମ୍ମାନୀତ କରାଯିବ ବୋଲି କୁସୁମମୁଣ୍ଡା ଗଣେଷ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।