This browser does not support the video element.
ଖଲ୍ଲିକୋଟ୍: ପୁରୁଷୋତ୍ତମପୁର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଶିକ୍ଷା-ଶିକ୍ଷକ ସମ୍ପର୍କ କାର୍ଯ୍ୟକ୍ରମ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
Khalikote, Ganjam | Sep 7, 2025
ପୁରୁଷୋତ୍ତମପୁର ନରସିଂହ ଦାସ ହାଇସ୍କୁଲର ୧୯୮୪ ମାଟ୍ରିକ ବ୍ୟାଚ ଛାତ୍ରଙ୍କ ପକ୍ଷରୁ ଶିକ୍ଷା-ଶିକ୍ଷକ ସମ୍ପର୍କ କାର୍ଯ୍ୟକ୍ରମ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଆଜି ଦିନ ୧୨ ସମୟରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ପ୍ରାକ୍ତନ ଛାତ୍ର ଡାକ୍ତର ମାନସ ରଞ୍ଜନ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ବର୍ଷିଆନ ଶିକ୍ଷକ ଏ.ରାଜୁ ଗୋପାଳ ରାଓ, ସୂର୍ଯ୍ୟ ନାରାୟଣ ରଥ, ହୟଗ୍ରିବ ତ୍ରିପାଠୀ ଓ ଶରତ ଚନ୍ଦ୍ର ଦାଶ ଯୋଗଦେଇ ଗୁରୁ ବିନା କୌଣସି କାର୍ଯ୍ୟ ଅସମ୍ଭବ ବୋଲି କହି କେବଳ ପାଠ ପଢାରେ ନୁହେଁ ଯିଏ ଯାହା ଠାରୁ ଯେଉଁ ଶିକ୍ଷା ହାସଲ କରିଥାଏ ସିଏ ତାଙ୍କର ଗୁରୁ ।