Download Now Banner

This browser does not support the video element.

ଗୋବିନ୍ଦପୁର: ବରିହା ଗଡ଼ପୋଷ ନିକଟ ରେଳ ଲାଇନ୍ ରୁ ଅଜଣା ଶବ ଉଦ୍ଧାର, ତଦନ୍ତ ଆରମ୍ଭ କଲା ରେଳବାଇ ପୋଲିସ୍

Govindpur, Sambalpur | Aug 25, 2025
ଗଡ଼ପୋଷ ସ୍ଥିତ ବରିହା ଗଡ଼ପୋଷ ନିକଟ ରେଳ ଲାଇନ ରେ ସୋମବାର ଦିନ ଏକ ମୃତଦେହ ପଡ଼ି ରହିଥିବା ସୂଚନା ପାଇ ବାମରା GRP ପୋଲିସ ଘଟଣାସ୍ଥଳ କୁ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ପ୍ରାଥମିକ ତଦନ୍ତରୁ ବ୍ୟକ୍ତି ଜଣକ କୌଣସି ଚଳନ୍ତା ଟ୍ରେନ ରୁ ପଡ଼ି ତାଙ୍କ ମୃତ୍ୟୁ ହୋଇ ଥିବା ଜଣାପଡିଥିଲା। ମାତ୍ର ତାଙ୍କ କୌଣସି ପରିଚୟ ନ ମିଳିବାରୁ ମୃତଦେହ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ସୁରକ୍ଷିତ ରଖାଯାଇଛି। ତାଙ୍କ ପରିଚୟ ସମ୍ପର୍କ ରେ ତଦନ୍ତ ଜାରି ରହିଛି, ତଦନ୍ତ ପରେ ନିୟମ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତ ଅଧିକାରୀ SI ସିତାରାମ ସୁନାରି କହିଛନ୍ତି।
Read More News
T & CPrivacy PolicyContact Us