Download Now Banner

This browser does not support the video element.

ବଡଚଣା: ତାରିଣୀ ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ୨ଆହତ

Badachana, Jajpur | Nov 23, 2024
ଜେନାପୁର ଥାନା ତାରିଣୀ ଛକ ନିକଟରେ ଦୁର୍ଘଟଣା। ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ। ଜଣେ ମୃତ, ୨ଜଣ ଆହତ। ସୂଚନା ମୁତାବକ ଆଜି ରାତିରେ ଏକ ବାଇକରେ ୩ଜଣ ଯୁବକ ଯାଉଥିବା ସମୟରେ ତାରିଣୀ ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ସ୍ଥାନୀୟ ପଲାର ଗ୍ରାମର ମନୋଜ ଦେହୁରୀ। ଏପଟେ ଆହତ ଦ୍ବୟଙ୍କୁ ଧର୍ମଶାଳା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏପଟେ ଖବର ପାଇ ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।
Read More News
T & CPrivacy PolicyContact Us