This browser does not support the video element.
ବଲାଙ୍ଗୀର: ଜିଲ୍ଲାରେ ଭାରି ବର୍ଷା ସହ ବଜ୍ରପାତର ସତର୍କତା, ୩୦ରୁ ୪୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ଜିଲ୍ଲାକୁ ୟେଲୋ ୱାର୍ଣିଂ
Balangir, Balangir | Sep 12, 2025
ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ପାଇଁ ପାଣିପାଗର ସତର୍କତା ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଜିଲ୍ଲାରେ ବିଛିନ୍ନ ସ୍ଥାନରେ ଭାରି ବର୍ଷା ସହ ତୀବ୍ର ବଜ୍ରପାତ ହେବାର ସମ୍ଭାବନା ରହିଛି। ତେଣୁ ଜିଲ୍ଲା କୁ ୟେଲୋ ୱାର୍ଣିଂ ଜାରି କରିଛି ଏହା ସହ 30ରୁ 40 କି.ମି. ବେଗରେ ପବନ ବହିପାରେ ବୋଲି ପୂର୍ବାଭାସ ମିଳିଛି। ବଜ୍ରପାତ ସମୟରେ ଖୋଲା ଜାଗାରେ ନ ରହିବାକୁ, ବର୍ଷାରେ ଜଳଜମା ଅଞ୍ଚଳକୁ ଏଡ଼ିବାକୁ, ଓ ପବନରୁ ସୁରକ୍ଷିତ ରହିବା ପାଇଁ ସତର୍କ ରହିବାକୁ। ସମଗ୍ର ଜିଲ୍ଲାବାସୀଙ୍କୁ ଆଜି ଅପରାହ୍ନ ୨ଟା ସମୟ ରେ ପରାମର୍ଶ ଦେଇଛି ଜିଲ୍ଲା ପାଣି ପାଗ ବିଭାଗ