Download Now Banner

This browser does not support the video element.

ସୁକିନ୍ଦା: ଜାତୀୟ ରାଜପଥରେ ଲୁଟ କରୁଥିବା ଗ୍ୟାଙ୍ଗ ଧର୍ମଶାଳା ନିକଟରୁ ଠାବ,୬ଜଣ ଗିରଫ ସହ ସୁନା ଅଳଙ୍କାର ଓ ମାରଣାସ୍ତ୍ର ଜବତ

Sukinda, Jajpur | Oct 8, 2025
ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ଦ୍ୱାରା ଲୁଟେରା ଗ୍ୟାଙ୍ଗ ଠାବ , ୬ଜଣ ଅଭିଯୁକ୍ତ ଗିରଫ । ସେମାନଙ୍କ ନିକଟରୁ ୪୬ଗ୍ରାମ ସୁନା, ମାରଣାସ୍ତ୍ର, ନମ୍ବର ବିହୀନ ପଲସର ବାଇକ, ମୋବାଇଲ ସହ ନଗଦ ଟଙ୍କା ଜବତ। ବିଶେଷ କରି ଏହି ଗ୍ୟାଙ୍ଗ ଜାତୀୟ ରାଜପଥରେ ଲୁଟ କରିଆସୁଥିବା ବେଳେ ଜିଲ୍ଲାର ଚଣ୍ଡିଖୋଲ, ଜାରକା, କୁଆଖିଆ ଓ ପାଣିକୋଇଲି ଭଳି ମୁଖ୍ୟ ଛକ ଗୁଡିକରେ ରହି ଟାର୍ଗେଟ କରିଥାନ୍ତି । କିଛି ମାସ ହେବ ଧର୍ମଶାଳା ସମେତ ବିଭିନ୍ନ ସ୍ଥାନରେ ବାରମ୍ବାର ଲୁଟ ଘଟଣା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା ।
Read More News
T & CPrivacy PolicyContact Us