Download Now Banner

This browser does not support the video element.

ସୋର: ଆଶ୍ରମଛକରେ ସେଲୁନ କରିଥିବା ଯୁବକଙ୍କୁ ପୁଲିସ ବିଭାଗରେ ବାରିକ ଚାକିରୀ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ

Soro, Balasore | Sep 12, 2025
ସୋର ପୌର ପାଳିକା ଆଶ୍ରମଛକରେ ସେଲୁନ କରିଥିବା ଜଣେ ଯୁବକଙ୍କୁ ଭଦ୍ରକ ରିଜର୍ଭ ପୁଲିସରେ ବାରିକ ଚାକିରୀ କରାଇ ଦେବାକୁ କହି ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି।ସୂଚନା ଅନୁସାରେ ସୋର ପୌର ପାଳିକା ଅନ୍ତର୍ଗତ ଆଶ୍ରମଛକରେ ସେଲୁନ କରିଥିବା ଖଇରା ଥାନା ବାହାଦଲପୁର ଗ୍ରାମର ବଂଶୀଧର ବାରିକ ଦୀର୍ଘ ଦିନ ଧରି ଏକ ସେଲୁନ ଦୋକାନ ଖୋଲିଛନ୍ତି। ଏହି ସେଲୁନ ଖୋଲିବା ସମୟରେ ସିମୁଳିଆ ଥାନା ଆଙ୍କୁଲା ଗ୍ରାମର ମନୋଜ କୁମାର ଦତ୍ତ ତାଙ୍କ ସେଲୁନକୁ ଚୁଟି କାଟିବାଳୁ ଆସନ୍ତି। ଯିବା ଆସିବା ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା।
Read More News
T & CPrivacy PolicyContact Us