This browser does not support the video element.
ଢେଙ୍କାନାଳ ସଦର: ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲଠାରେ ଅଲଟରନେଟିଭ ରିଦିମ ଥିଏଟରର ୧୨ତମ ପ୍ରତିଷ୍ଠା ଦିବସ
Dhenkanal Sadar, Dhenkanal | Sep 6, 2025
ଢ଼େଙ୍କାନାଳ ସହରସ୍ଥ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲଠାରେ ଗତ ରାତିରେ ଅଲଟରନେଟିଭ ରିଦିମ ଥିଏଟରର ୧୨ତମ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ ହୋଇଯାଇଛି। ମଞ୍ଚାସୀନ ଅତିଥିମାନେ ପ୍ରଦିପ ପ୍ରଜ୍ବଳନ କରି ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କୁ ସମ୍ବନ୍ଧିତ କରାଯାଇଥିଲା । ଅତିଥିମାନେ କେକ କାଟି ଉତ୍ସବ ଦ୍ଵିଗୁଣିତ କରିଥିଲେ । ଏହାପରେ ଅନୁଷ୍ଠାନର କଳାକାର ମାନଙ୍କଦ୍ଵାରା ଦିନେଶ ଦାସଙ୍କ ଦ୍ୱାରା ରଚନା,ପରିକଲ୍ପନା ଓ ନିର୍ଦ୍ଦେଶନାର ନାଟକ ସିଡି-୨ ମଞ୍ଚସ୍ଥ ହୋଇଥିଲା ।