This browser does not support the video element.
ଢେଙ୍କାନାଳ ସଦର: କୈବଲ୍ୟ ବଜାର ସିଦ୍ଧ ବଳରାମ ମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ନୀତି ପାଳିତ
Dhenkanal Sadar, Dhenkanal | Aug 23, 2025
ଢେଙ୍କାନାଳ ସହର କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଶନିବାର ଭାଦ୍ରବ ମାସର ସପ୍ତପୁରି ଅମାବାସ୍ୟା ନୀତି ପାଳନ କରାଯାଇଛି। ପ୍ରାତଃ ସମୟରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ସକାଳ ଦଶଟା ସମୟରେ ଖେଚୁଡ଼ି ଭୋଗ , ମଧ୍ୟାହ୍ନ ରେ ଅର୍ଣ୍ଣ ଧୁପ , ସାତ ପ୍ରକାର ପୁର ସହ କାକରା ପିଠା ଲାଗି ହୋଇଛି।ସନ୍ଧ୍ୟାରେ ଆଳତୀ ରାତ୍ର ଧୂପ ପରେ ମନ୍ଦିର ପହଡ଼ ପଡିବ। ପୂଜକ ମଳୟ କର ,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କାହାଳିଆ ଟିକନ ବେହେରା , ଓ ମନ୍ଦିର ର ଜିମାଦାରଙ୍କ ଉପସ୍ଥିତିଥିଲେ ।