This browser does not support the video element.
ଖୋର୍ଦ୍ଧା: ଆଇଟିବିପିରେ ଛାତ୍ର ଆନ୍ଦୋଳନ ଅନୁଷ୍ଠିତ
Khordha, Khordha | Aug 25, 2025
ଆଜି ଆଇ ଟି ବି ପି ସ୍କୁଲ ସାମନାରେ ଏବଂ ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟାଳୟ ର ୧ ରୁ ୫ କ୍ଲାସ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଓ ଅବିଭାବକ ମାନେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ୫ ମାସ ତଳେ ଆଇ ଟି ବି ପି ସ୍କୁଲ ରେ କେନ୍ଦ୍ରୀୟ ବିଦ୍ୟାଳୟ ଘୋଷଣା ପରେ ତତ୍କାଳୀନ ଜିଲ୍ଲାପାଳ ବିଦ୍ୟାଳୟ ପରିଦର୍ଶନ ପରେ ବିଦ୍ୟାଳୟ ର ୧ ରୁ ୫ ଶ୍ରେଣୀ ପର୍ଯ୍ୟନ୍ତ ଆଡ଼ମିସନ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲେ ଏବଂ ପରେ ସବୁ ପିଲାଙ୍କୁ ବିଦ୍ୟାଳୟ ତରଫରୁ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ପିଲାମାନଙ୍କୁ ନିଜର ଡକୁମେଣ୍ଟ ପ୍ରସ୍ତୁତ ପାଇଁ କତୃପକ୍ଷ ଙ୍କ ପକ୍ଷରୁ ବିଭିନ୍ନ ନୋଟିସ ଦିଆଗଲା।