This browser does not support the video element.
ବଲାଙ୍ଗୀର: ଦବଙ୍ଗଗିରିକୁ ନେଇ ଏସ୍ପିଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ବଦଳିଲେ କଣ୍ଟାବାଞ୍ଜି ଓ ସଇଁତଲା ଆଇଆଇସି
Balangir, Balangir | Sep 4, 2025
ଦବଙ୍ଗଗିରିକୁ ନେଇ ବଲାଙ୍ଗୀର ଏସ୍ପି ଅଭିଳାଷ ଜୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କଣ୍ଟାବାଞ୍ଜି ଥାନାକୁ ମାଡ଼ି ବସିଥିବା ରଶ୍ମିତା ବେହେରାଙ୍କୁ ସଇଁତଳା ଥାନା ଏବଂ ସଇଁତଳା ଥାନା ଅଧିକାରୀଙ୍କୁ ବଲାଙ୍ଗୀର ହେଡ୍କ୍ୱାର୍ଟରକୁ ବଦଳି କରାଯାଇଛି। କଣ୍ଟାବାଞ୍ଜି ଆଇଆଇସିଙ୍କ ସ୍ବାମୀଙ୍କ ଦାଦାଗିରି ଯୋଗୁ ସେ ବିବାଦକୁ ଆସିଥିଲେ। ଠିକ୍ ସେହିପରି ବଡ଼ମାଳ ଫାଣ୍ଡିରେ ଫାଣ୍ଡି ଅଧିକାରୀଙ୍କୁ ମାଡ଼ ଘଟଣାକୁ ନେଇ ବଦନାମ ହୋଇଥିଲା ସଇଁତଳା ପୋଲିସ। କଣ୍ଟାବାଞ୍ଜିଠାରେ ମଙ୍ଗଳବାର ରାତିରେ ଜଣେ ଅଜଣା ବ୍ୟକ୍ତି ନିଜକୁ ପୋଲିସ ଅଧିକାରୀ ପରିଚୟ ଦେଇ ଭୁଜା ଠେଲାରେ ଭୁଜା ଖାଉଥିବା କିଛି