Download Now Banner

This browser does not support the video element.

କୁଚିଣ୍ଡା: କୁଚିଣ୍ଡା ଠାରେ ଜାତୀୟ ସ୍ତରୀୟ ବେଡମିଣ୍ଟନ ଖେଳାଳି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କଲେ ମନ୍ତ୍ରୀ

Kochinda, Sambalpur | Sep 30, 2025
ଜାତୀୟ ପାରା ବେଡମିଣ୍ଟନରେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରି ଅଞ୍ଚଳ ପାଇଁ ସୁନାମ ଅର୍ଜନ କରିଥିବା ସୌମ୍ୟକାନ୍ତ ଙ୍କୁ ମଙ୍ଗଳବାର ଦିନ କୁଚିଣ୍ଡା ଠାରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସୂଚନା ଅନୁସାରେ ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ ଇଣ୍ଡିଆ ପକ୍ଷରୁ ଉତ୍ତରପ୍ରଦେଶ ଲକ୍ଷ୍ନୌ ଠାରେ ଆୟୋଜିତ ଜାତୀୟ ଜୁନିୟର ଓ ଯୁବ ପାରା ବେଡମିଣ୍ଟନ ଚେମ୍ପିୟନସିପ ୨୦୨୫ ରେ ଓଡ଼ିଶା ପାରା ବ୍ୟାଡମିଣ୍ଟନ ଆସୋସିଏସନ୍ ପକ୍ଷରୁ କୁଚିଣ୍ଡା ର ସୌମ୍ୟକାନ୍ତ ମହାକୁଲ ୧୭ ବର୍ଷରୁ କମ ବର୍ଗରେ ରୌପ୍ୟ ଓ ୧୯ ବର୍ଷରୁ କମ ବର୍ଗରେ ଖେଳି କାଂସ୍ୟ ପଦକ ହାସଲ କରିଛନ୍ତି।
Read More News
T & CPrivacy PolicyContact Us