Download Now Banner

This browser does not support the video element.

ଦେବଗଡ: ସିପୁର ଅଞ୍ଚଳରେ ଦନ୍ତାହାତୀ ଗଜେନ୍ଦ୍ରର ଉପଦ୍ରବ, ଧାନ ଫସଲ ନଷ୍ଟ

Debagarh, Debagarh (Deogarh) | Oct 3, 2025
ଦନ୍ତା ହାତୀ ଉପଦ୍ରବରେ ଧାନ ଫସଲ ନଷ୍ଟ।ରିଆମାଳ ବନାଞ୍ଚଳ ପଳସମା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସିପୁର ତଥା ଆଖପାଖ ଅଞ୍ଚଳରେ ଦନ୍ତାହାତୀ ଉପଦ୍ରବ ଜାରି ରହିଛି। ବନବିଭାଗ ପକ୍ଷରୁ ଜିପିଏସ ଲଗାଯାଇ ଟ୍ରାକ କରୁଥିବା ଦନ୍ତାହାତୀ ଗଜେନ୍ଦ୍ର ଉକ୍ତ ଅଞ୍ଚଳରେ ଆଜି ରାତି 8 ଟାରେ ଉପଦ୍ରବ କରୁଥିବା ଜଣାପଡ଼ିଛି। ଧାନ ଚାଷ ହୋଇଥିବା ଜମି ଭିତରେ ପଶି ମାଡି ଦଳି ଦେବାରୁ ଉକ୍ତ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ହାତୀ ଘଉଡାଇବାକୁ ଚେଷ୍ଟା କରୁଥିବା ଜଣାପଡିଛି। ଅନ୍ୟପଟେ ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଲୋକ ଭୟଭୀତ ରହିଛନ୍ତି।
Read More News
T & CPrivacy PolicyContact Us