This browser does not support the video element.
ବଲାଙ୍ଗୀର: ରୋତ୍ ହାଇସ୍କୁଲର ନବନିର୍ମିତ ଦୁଇ ମହଲା କୋଠାର ଉଦ୍ଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
Balangir, Balangir | Aug 27, 2025
ରୋତ୍ ହାଇସ୍କୁଲର ନବନିର୍ମିତ ଦୁଇ ମହଲା କୋଠାର ଉଦ୍ଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଗଲପୁର– ରୋତ୍ ଠାରେ ଥିବା ସରକାରୀ ପଞ୍ଚାୟତ ହାଇସ୍କୁଲର ନବନିର୍ମିତ ଦୁଇ ମହଲା ବିଶିଷ୍ଟ କୋଠାର ଉଦ୍ଘାଟନ ଆଜି ଅପରାହ୍ନ 1ଟା ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହସ୍ତେ ସମ୍ପନ୍ନ ହୋଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ, ବ୍ଲକ ଶିକ୍ଷା ଅଧିକାରୀ, ସ୍ଥାନୀୟ ସରପଞ୍ଚ ସହିତ ଅନ୍ୟାନ୍ୟ ଅତିଥିବର୍ଗ ଉପସ୍ଥିତ ଥିଲେ। ଏହି ସୁବିଧାରୁ ଶିକ୍ଷାର ଗୁଣତ୍ତ୍ୱ ବୃଦ୍ଧି ସହିତ ବିଦ୍ୟାଳୟର ଭିତ୍ତିଭୂମି ଆହୁରି ସୁଦୃଢ ହେବ ବୋଲି ମନ୍ତ୍ରୀ କହିଛନ୍ତି।